Press "Enter" to skip to content

ଝଗଡ଼ା ପରେ ଶେଷରେ ଅନୁଭବ ନିଜ ସ୍ତ୍ରୀ ବର୍ଷା ଙ୍କୁ କହିଲେ ଏମିତି କଥା,ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଅନୁଭବ ଝଗଡା ପରେ ନିଜ ଜନ୍ମଦିନରେ ଶେଷରେ ଏମିତି କହିଲେ l

ବହୁ ଚର୍ଚ୍ଚିତ ବର୍ଷା ଅନୁଭବ ବିବାଦ ନୂଆ ମୋଡ ନେବାକୁ ଲାଗିଛି l ଦୁହେଁ ଦୁହିଁ ଙ୍କୁ ଦୋଷ ଦେବାରେ ପଛାଉ ନାହାନ୍ତି l ଅନୁଭବ ତାଙ୍କ ଜନ୍ମଦିନ ପରେ ଏକ ଭିଡ଼ିଓ ଜାରି କରିଥିଲେ ଓ କହିଥିଲେ: ନମସ୍କାର ମୁଁ ଅନୁଭବ ମହାନ୍ତି l ଆପଣମାନଙ୍କର ଆଶ୍ରିବାଦ ଓ ଆପଣମାନଙ୍କର ସହଯୋଗ ସବୁବେଳେ ମୋ ସହ ରହି ଆସିଛି ଆଜି ଏକ ଛୋଟ ଆଶା ଆଉ ବିଶ୍ୱାସ ନେଇ ଆପଣଙ୍କ ସମୁଖକୁ ଆସିଛି l ଆଶା କରୁଛି ଆଜି ବି ଆପଣମାନେ ମୋ ସାଥ ଦେବେ l

ଏହି କିଛିଦିନ ତଳେ ମୁଁ ମୋ ଅଙ୍ଗଦାନ କରିବା ପାଇଁ ପ୍ରତିଜ୍ଞା କରିଥିଲି ଏବଂ ଆଜି ମୁଁ ଖୁସି ର ସହ କହିରଖୁଛି ମୁଁ ମୋ ମୃତୁ ପରେ ମୋ ମର ଶରୀରକୁ ଦାନ କରିଦେବି l ଅଙ୍ଗଦାନ ହେବା ଦ୍ୱାରା ଆମେ ମୃତ୍ୟୁ ପରେ ମଧ୍ୟରେ କାହା ପାଇଁ ଭଲ କାମ କରିପାରିବା l ଏ ସମାଜ ପାଇଁ ନୂତନ ଦିଗ ପ୍ରସ୍ତୁତ କରିବା l ଆମେ ସାଧାରଣ ଜାଣିବା ଦରକାର ଯେ ମଣିଷପଣିଆ ଓ ମାନବିକତା ଠୁ ବଡ ନା ତ ପୃଥିବୀରେ କୌଣସି ଧର୍ମ ଅଛି ନା ତ କୌଣସି ଜାତି ଅଛି l ଆମ ସମସ୍ତଙ୍କର ଅଭ୍ୟାସ ଯେ ଜନ୍ମଦିନ ରେ ଆମେ ନିଜ ଲୋକଙ୍କ ଠୁ ବା ଅନ୍ୟାଲୋକଙ୍କ ଠୁ ଉପହାର ଗ୍ରହଣ କରି ଖୁସି ହେଉ l ଏବେ ତାକୁ ପରିବର୍ତନ କରିବାର ସମୟ ଆସିଛି l ଏବେ ନିଜ ଜନ୍ମଦିନରେ ଅନ୍ୟମାନଙ୍କର ମୁଁହରେ ହସ ଫୁଟାଇବା l

ଯେମିତି କି ନିଜ ଅଙ୍ଗଦାନ କରିବା l କାହାକୁ ଜୀବନ ଦାନ କରିବା l କେଉଁ ଅସହାୟ ଙ୍କୁ ସାହାର୍ଯ୍ୟ କରିବା l ଏବଂ ଅଙ୍ଗଦାନ ଠୁ ବଡ ପୃଥିବୀରେ ଆଉ କିଛି ଦାନ ହୋଇପାରେନା l ତ ମୋର ସମସ୍ତଙ୍କୁ ଅନୁରୋଧ ଓ ଆଶା ବିଶ୍ୱାସ ରହିଛି ଆପଣ ମାନେ ନିଶ୍ଚିନ୍ତ ଭାବରେ ମୋ ସାଥ ଦେବେ ଏହି ଅଙ୍ଗଦାନ କ୍ଷେତ୍ରରେ l ସମାଜରେ ସମ୍ପୂର୍ଣ ମାତ୍ରାରେ ପରିବର୍ତନ ଆମେ ସମସ୍ତେ ଚାହିଁଲେ ହିଁ ହୋଇପାରିବ l 24 ଡିସେମ୍ବର ରେ ଆସନ୍ତୁ ସମସ୍ତେ ଏକାଠି ହୋଇ ଅଙ୍ଗଦାନ କୁ ଆମର କର୍ତ୍ତବ୍ୟ ଭାବରେ ପାଳିବା l ଦୁନିଆରେ ସମସ୍ତ ପ୍ରକାର କଷ୍ଟକୁ ଧୀରେ ଧୀରେ ହରଣ କରିବା l ଆମେ ସମସ୍ତେ ଏକ ହୋଇ ରହିଳେ ହିଁ କେଉଁ ସମସ୍ୟା ବେଶିଦିନ ର ଅତିଥି ହେବ ନାହିଁ : ଏତିକି କହି ଭିଡିଓ ଟିକୁ ସମ୍ପୂର୍ଣ୍ଣ କରିଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment

Leave a Reply

Your email address will not be published. Required fields are marked *