ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଏହି 5 ବର୍ଷ ର ଛୋଟ ପିଲାଟିକୁ ମା ଦେଢ଼ ମାସ ହେବ କୁଆଡେ ଛାଡି ପଳେଇ ଯାଇଛି l ଛୋଟ ପାଟିରେ ଖନେଇ ଖନେଇ ମା କୁ ଡାକୁଛି ମା ତୁ ଫେରିଆ l କିନ୍ତୁ ମା କଣ ପାଇଁ ଶୁଣିବ l ସ୍ତ୍ରୀ ଅପେକ୍ଷାରେ ସ୍ୱାମୀ ଏବଂ ମା ଅପେକ୍ଷାରେ ପୁଅର ଦିନ କଟୁଛି ଆଉ ବୋହୁ କୁ ଅପେକ୍ଷା କରି ରହିଛି ଶାଶୁ l
ସେପଟେ କିନ୍ତୁ ଫେସବୁକ ପ୍ରେମିକ ସହ ମଜା କରୁଛି ସ୍ତ୍ରୀ l ଘଟଣା ଟି ସାମ୍ନାକୁ ଆସିଛି ବଲାଙ୍ଗୀର ସହର ରୁ l ବଲାଙ୍ଗୀର ସହର ର ରାମେଶ୍ୱର ନଗର ର ରାଜସ୍ମିତା ନାୟକ ଏବଂ ବିଶ୍ୱଜିତ ନାୟକ ଙ୍କ ସହ ଘଟିଛି ଏମିତି l ପୁଣି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁହିଁଙ୍କୁ ବିବାହ ପାଇଁ କେହି ବାଧ୍ୟ କରିନଥିଲେ ଦୁହେଁ ଆଗରୁ ପ୍ରେମ ସମ୍ପର୍କ ରେ ଥିଲେ ଏବଂ ପରେ ଦଲିଲ ଦସ୍ତାବିଜ ସହ ପ୍ରେମ ବିଵାହ କରିଥିଲେ l
ତାଙ୍କ ପ୍ରେମର ସନ୍ତକ ଏହି 5 ବର୍ଷ ର ପୁଅ ଘରେ କେବଳ ବିଧବା ମା ଟିଏ l ସୁଖୀ ପରିବାର କହିଲେ ଭୂଲ ହେବନାହିଁ l ସ୍ୱାମୀଙ୍କ ଅଳ୍ପ ରୋଜଗାର ରେ ବି ସୁଖର ସଂସାର ଚାଲିଥିଲା l କିନ୍ତୁ ସ୍ତ୍ରୀ ର ମନ ବଦଳିଗଲା ଯାହାପାଇଁ ଆଜି ପରିବାର ଖଣ୍ଡ ବିଖଣ୍ଡିତ l ଶାଶୁ ବୋହୁ କୁ ଚାହିଁ ରହିଥିବା ବେଳେ କୁନି ପୁଅଟି ମା କୁ ଚାହିଁ ରହିଛି l ସ୍ୱାମୀ ମଧ୍ୟ ଚୁପ ହେଉନାହାନ୍ତି ସେ ମଧ୍ୟ ବାହୁନି ବାହୁନି ତାଙ୍କ ସ୍ତ୍ରୀ ଙ୍କୁ ଖୋଜୁଛନ୍ତି l ଫେସବୁକ ପ୍ରେମରେ ପାଗେଳୀ ହୋଇଥିବା ସ୍ତ୍ରୀ ଙ୍କୁ ସ୍ୱାମୀ ବାରମ୍ବାର ଅଟକେଇବାକୁ ଚେଷ୍ଟା କରିଥିଲେ ଏବଂ ଚାଟିଙ୍ଗ କଲ ରେ ସମ୍ପର୍କ ରଖିବାକୁ ମନା କରିଥିଲେ l ମାତ୍ର ସ୍ତ୍ରୀ ଶୁଣିନଥିଲେ ସେମିତି କଥା ହେଉଥିଲେ ଏବଂ ମାର୍ଚ୍ଚ 2 ତାରିଖରେ ତାଙ୍କ ଫେସବୁକ ପ୍ରେମିକ ସହ ଫେରାର ହୋଇଯାଇଥିଲେ l
ଭଲ ପାଇବାରେ ଅନ୍ଧହୋଇ ଥରେ ମଧ୍ୟ ଭାବିଲାନି 5 ବର୍ଷର ଛୋଟ ପୁଅ କଥା l ଏହି ବିଷୟରେ ସ୍ୱାମୀ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି ମାତ୍ର ସ୍ତ୍ରୀ ଙ୍କର କୌଣସି ପ୍ରତିକ୍ରିୟା ନାହିଁ l ଏବେ ବି ଶାଶୁ କାନ୍ଦି କାନ୍ଦି କହୁଛି ବୋହୁ ତୁ ଫେରିଆ l ଆଉ ସ୍ୱାମୀ କହୁଛି ମୁଁ ତତେ ଏବେ ବି ଭଲ ପାଏ ଫେରିଆ l କେବଳ ଛୋଟ ପୁଅ ଟି ମା କୁ ଝୁରୁଛି ବୋଲି ନୁହେଁ ସ୍ୱାମୀ ଙ୍କ ଆଖିରୁ ଲୁହ ଶୁଖୁନି ନିଜ ସାତ ଜନ୍ମ ର ସାଥିର ଏପରି ପ୍ରତାରଣା ରେ ଭାଙ୍ଗି ପଡିଛନ୍ତି ସ୍ୱାମୀ l
ସ୍ୱାମୀ ତାଙ୍କୁ ଭଲ ପାଇ ବାହା ହୋଇଥିଲେ ବୋଲି ଆଜି ଯାଏଁ କଟୁ କଥା ପଦେ କହିନାହାନ୍ତି l ନିଜେ ଚିରା ଫଟା ପିନ୍ଧି ସବୁବେଳେ ସ୍ତ୍ରୀ କୁ ସୁନ୍ଦର ପିନ୍ଧିବାକୁ ଦିଅନ୍ତି ଏବେ ଏତେ ବଡ ପ୍ରତାରଣା କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ୱାମୀ ଏବଂ ଚାହିଁ ବସିଛନ୍ତି ସ୍ତ୍ରୀ ଙ୍କର ଫେରିବା ବାଟକୁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment