ସକାଳୁ ଉଠି ଏହି ୪ଟି କାମ କଲେ ହୋଇଯିବେ କୋଟିପତି
ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ କରାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସଫଳ ଓ ସୁଖମୟ କରିବା ପାଇଁ କିଛି ଉପଦେଶ ଦିଆ ଯାଇଛି । ଏହି ଗ୍ରନ୍ଥର ମୂଳ ଲକ୍ଷ ହେଉଛି ମାନବ ସମାଜକୁ ଉଚିତ ଶିକ୍ଷା ଓ ଉଚିତ ରାସ୍ତା ଦେଖାଇବା । କହିବାକୁ ଗଲେ ଚାଣକ୍ୟ ଜଣେ ମହାନ ଜ୍ଞାନୀ ପୁରୁଷ ଥିଲେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା କିଛି ନୀତି ନେଇ ଆସିଛୁ । ଯାହାକି ଆପଣଙ୍କ ଜୀବନକୁ ସଫଳ କରିବାରେ ସାହାର୍ଯ୍ୟ କରିବ ।
ଚାଣକ୍ୟଙ୍କ ଅନୁସାରେ କୌଣସି ବି ସ୍ଥିତିରେ ମହିଳାମାନଙ୍କୁ ଏହି ସମସ୍ତ କାମ ନିଶ୍ଚିତ କରିବା ଉଚିତ । ବର୍ତ୍ତମାନ ଆମେ ଆପଣଙ୍କୁ ସେହି ସମସ୍ତ କାମ ବିଷୟରେ କହିଦେଉଛୁ ।
ଘରକୁ ପରିଷ୍କାର ରଖିବା
ଘରକୁ ସବୁବେଳେ ପରିଷ୍କାର ରଖିବା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହା ସହିତ ମାତା ଲକ୍ଷ୍ମୀ ବି ସେହି ଘରେ ବାସ କରନ୍ତି । ଏହା ସହିତ ଘରେ ସୁଖ ସମୃଦ୍ଧି ବି ରହିଥାଏ । ସେଥିପାଇଁ ଆପଣ ଘରକୁ ସଫା ରଖିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
ମୁଖ୍ୟ ଦ୍ଵାରକୁ ପରିଷ୍କାର ରଖିବା
ବାସ୍ତୁ ଶାସ୍ତ୍ର ଅନୁସାରେ ଘରୁ ନକାରତ୍ମକ ଶକ୍ତିକୁ ଦୂର କରିବା ପାଇଁ ମୁଖ୍ୟ ଦ୍ଵାରକୁ ସବୁବେଳେ ସଫା ରଖନ୍ତୁ । ସପ୍ତାହକୁ ଥରେ ଗଙ୍ଗା ପାଣି ଓ କଞ୍ଚା କ୍ଷୀର ଘରକୁ ପୋଛୁଥିବା ସମୟରେ ସେଥିରେ ପକାଇ ଘରକୁ ସଫା କରନ୍ତୁ । ଏହିଭଳି କରିବା ଦ୍ଵାରା ଘରେ ନକାରତ୍ମକ ଶକ୍ତି ପ୍ରବେଶ କରି ନ ଥାଏ ।
ଘରକୁ ସଫା କରିବା ପରେ ଗାଧୋଇବା
କେତେକ ମହିଳାମାନେ ଘରକୁ ପରିଷ୍କାର କରିବା ପୂର୍ବରୁ ହିଁ ସ୍ନାନ କରିବାକୁ ପସନ୍ଦ କରନ୍ତି । ଯାହାକି ଭୁଲ ଅଟେ । କହିବାକୁ ଗଲେ ଘରକୁ ସଫା କରିବା ପରେ ହିଁ ଗାଧୋଇବା ଉଚିତ ।
ଖାଦ୍ୟ ତିଆରି ପୂର୍ବରୁ ଗାଧୋଇବା
ବାସ୍ତୁ ଶାସ୍ତ୍ର ଅନୁସାରେ ଖାଇବା ତିଆରି କରିବା ପୂର୍ବରୁ ଗାଧୋଇବା ଉଚିତ । ଏହା ଦ୍ଵାରା ଆପଣଙ୍କ ଖାଦ୍ୟ ସକାରାତ୍ମକ ଊର୍ଜା ଦ୍ଵାରା ଭରପୁର ହୋଇଥାଏ ।
ତୁଲସୀ ଗଛର ପୂଜା
ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ଘରର ତୁଲସୀ ଗଛର ପୂଜା ଅବଶ୍ୟ କରନ୍ତୁ । ଏହା ସହିତ ତୁଲସୀ ଗଛ ସାମ୍ନାରେ ଦୀପ ଲଗାନ୍ତୁ । ଏହା ଦ୍ଵାରା ଘରେ ଶାନ୍ତି ରହିଥାଏ ।
ଭଗବାନ ନିକଟରେ ଭୋଗ ଲଗାଇବା
ମହିଳାମାନେ ମନେ ରଖନ୍ତୁ କି ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ । ଏହା ସହିତ ଦେବୀ ଦେବତାମାନେ ବି ପ୍ରସନ୍ନ ହୋଇଥାନ୍ତି । ଯାହା ଦ୍ଵାରା ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଥାଏ ।
ସୂର୍ଯ୍ୟ ଅସ୍ତ ପରେ ମୁଣ୍ଡ କୁଣ୍ଡାଇବା
ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ପରେ ମହିଳାମାନଙ୍କୁ କେବେ ବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ । ସୂର୍ଯ୍ୟ ଅସ୍ତ ପରେ ମୁଣ୍ଡ କୁଣ୍ଡାଇବା ଦ୍ଵାରା ଦେବୀ ଲକ୍ଷ୍ମୀ ରାଗି ଯାଆନ୍ତି । ଏହା ସହିତ ରାତିରେ ଶୋଇବା ସମୟରେ କେସକୁ ବାନ୍ଧି ଶୋଇବା ଉଚିତ । ଏହିଭଳି ନ କରିବା ଦ୍ଵାରା ଏହା ପରିବାରର ସଦସ୍ୟଙ୍କ ପାଇଁ ଅଶୁଭ ହୋଇଥାଏ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।
Be First to Comment