ଆମର ସବୁ ବେଦ ଓ ପୁରାଣରେ ଅଗଣିତ ମନ୍ତ୍ର ଶ୍ଳୋକ ଲେଖାଯାଇଛି । ହିନ୍ଦୁ ଧର୍ମରେ ପ୍ରତ୍ୟକେ ଭଗବାନ , ମନୁଷ୍ୟ , ପଶୁ ପକ୍ଷୀ , ଗ୍ରହ ନକ୍ଷତ୍ର ,ସୂକ୍ଷ୍ମ ଜୀବ ଜନ୍ତୁ ଉପରେ ଶୋଳ୍କ ଲେଖାଯାଇଛି । ସେହି ଶୋଳ୍କ ଦ୍ଵାରା ଭଗବାନଙ୍କର ମହତ୍ଵ ବିଷୟରେ କୁହାଯାଇଛି । ଆମର ଯେତେ ପ୍ରାଚୀନ ମନ୍ତ୍ର ଆଉ ଶୋଳ୍କ ଅଛି ସେଥିରେ ଏତେ ଶକ୍ତି ଅଛି । ଯାହା ଦ୍ଵାରା ସପୁର୍ଣ ଜୀବନ ବଦଳିବାର କ୍ଷମତା ରଖଛି ।
ଏପରି କିଛି ମନ୍ତ୍ରର ଉଚରଣ କରିଥାଉ । ଯେଉଁଥିରେ କି ଆମର ଆଖ ପାଖର ବାତା ବରଣ ଶୁଦ୍ଧ ଓ ପବିତ୍ର ହୋଇଯାଇଥାଏ । ଆମର ମନ ଓ ମସ୍ତିସ୍କରେ ଅପାର ଶାନ୍ତି ଅନୁଭବ କରିଥାଉ । ତା ସହିତ ସକାରାତ୍ମକ ଊର୍ଜା ଆମର ଭିତରେ ସଂଚାର ହୋଇଥାଏ ।
ସେଥିପାଇଁ ଆପଣଙ୍କୁ କିଛି ଏପରି ମନ୍ତ୍ର ବିଷୟରେ କହିବୁ ଯାହାର ନିୟମିତ ଉଚରଣ କରିବା ଦ୍ଵାର ଆମର ଜୀବନ ଉପରେ ଘୋର ପ୍ରଭାବ ପଡିଥାଏ । ଯାହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତିର ପ୍ରାପ୍ତି ହୋଇଥାଏ । ପ୍ରାଚୀନ ଋଷି ମୁନି ମାନେ ସକାଳୁ ଉଠିବା ସମୟରେ , ସାନ୍ନ କରିବା ସମୟରେ , ଭୋଜନ କରିବା ସମୟରେ ,ବିଶ୍ରାମ କରିବା ସମୟରେ, ଶୋଇବା ପୂର୍ବରୁ ଇତ୍ୟାଦି କ୍ରିୟା କଳାପ ସମୟରେ ଉଚରଣ କରିବା ପାଇଁ କିଛି ମନ୍ତ୍ର ବିଷୟରେ କୁହାଯାଇଛି । ଆମେ ସେହି ମହତ୍ଵପୂର୍ଣ ମନ୍ତ୍ର ବିଷୟରେ ଜାଣିବା ଏବଂ ଜୀବନରେ ଦୁଖ କଷ୍ଟ ଦାରିଦ୍ରତା ସବୁଦିନ ପାଇଁ ସମାପ୍ତ କରିଦେବ ।
ସକାଳୁ ଉଠିବା ସମୟରେ ନିଜ ହାତକୁ ଯୋଡିକି ଏହି ମନ୍ତ୍ରର ଉଚରଣ କରିବା ଉଚିତ
କରାଗ୍ରେ ବାସତେ ଲକ୍ଷ୍ମୀ
କରମଧେ ସରସ୍ଵତୀ
କରମୂଳେ ତୁ ଗୋବିନ୍ଦ
ପ୍ରଭାତେ କର ଦର୍ଶନମ
ଶାସ୍ତ୍ରରେ କୁହାଯାଇଛି ଆଉ ବଡ ଲୋକମାନେ ମଧ୍ୟ କହିଛନ୍ତି ସବୁଠୁ ପ୍ରଥମେ ନିଜ ଦୁଇ ହାତକୁ ଯୋଡି କରି ତାକୁ ଦେଖି କରି ମା ଲକ୍ଷ୍ମୀ , ସରସ୍ଵତୀ ଓ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଏହି ଶ୍ଳୋକ କହିବା ଉଚିତ । ଯାହା ଦ୍ଵାର ସୁଖ , ଶାନ୍ତି ଓ ଧନ ଧାନ୍ୟରେ ଜୀବନ ପୂରି ଉଠିବ ।
ତ୍ଵମେବ ମାତା ଶ୍ଚ ପିତା ତ୍ଵମେବ
ତ୍ଵମେବ ବନ୍ଧୁଶ୍ଚ ସଖା ତ୍ଵମେବ
ତ୍ଵମେବ ବିଦ୍ୟା ଦ୍ରବିନମ ତ୍ଵମେବ
ତ୍ଵମେବ ସର୍ବଂ ମମ ଦେବ ଦେବ
ଏହି ଶୋଳ୍କକୁ ଭଗବାନଙ୍କ ପାଖରେ ଆରାଧନା କରିବା ସମୟରେ ହିଁ କୁହାଯାଇଥାଏ । ଏହି ଶୋଳ୍କ ଅର୍ଥ ହେ ଭଗବାନ ଆପଣ ମୋର ମା , ବାପା ଆପଣ ମୋର ଭାଇ ଭଉଣୀ ଆପଣ ମୋର ମିତ୍ର , ଆପଣ ବିଦ୍ୟା ଆପଣ ମୋର ଧାନ ତେଣୁ ହେ ଭଗବାନ ଆପଣ ମୋର ସବୁକିଛି ଅଟନ୍ତି ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ
Be First to Comment