ଫେସବୁକ ରେ ଧନ୍ଦା କରୁଛନ୍ତି ଝିଅ, କରୁଛନ୍ତି ବ୍ଲାକ ମେଲ୍,ଖୋଲି ଦେଖାଉଛନ୍ତି ଏହି ଜିନିଷ
ବର୍ତମାନ କରୋନା ଏବଂ ଲକଡାଉନ ଯୋଗୁଁ ଅନ୍ ଲାଇନ୍ ସେକ୍ସ ଧନ୍ଦା ସାରା ଭାରତରେ ଚିନ୍ତା ର ବିଷୟ ପାଲଟିଛି । ଏବେ ଓଡ଼ିଶାର ରାଜଧାନୀ ସହ ବିଭିର୍ନ ସହରରେ ମଧ୍ୟ ଏହି ସବୁ ଧନ୍ଦା ଦେଖିବାକୁ ମିଳିଛି ।
ମୋବାଇଲ କୁ ଭିଡ଼ିଓ କଲ କରୁଛନ୍ତି, ରିସିଭ କରିବା ମାତ୍ରେ ଅଶ୍ଳୀଳ କଥା ଏବଂ ଖୋଲା ଦେହ ଦେଖେଇ ପ୍ରଥମେ ଜାଲ ରେ ଫସାଉଛନ୍ତି ଆଉ ତାପରେ କରୁଛନ୍ତି ବ୍ଲାକମେଲ । କହୁଛନ୍ତି ସବୁ ଦେଖିଲୁ ଏବେ ପଇସା ଦେ ନହଲେ ଭଲ ହବନି ।
ଏହି ସୁନ୍ଦରୀମାନେ ଖାସ କରି ବ୍ୟବସାୟୀ, ରାଜନେତା ଓ ସରକାରୀ ଚାକିରିଆ ମାନଙ୍କୁ ଟାର୍ଗେଟ କରୁଛନ୍ତି । ଫେସବୁକରୁ ଫୋନ ନମ୍ବର କାଢି ବ୍ଲାକ୍ମେଲିଂ ଆରମ୍ଭ କରୁଛନ୍ତି । ହ୍ୱାଟ୍ସ ଆପ୍ ରେ ଭିଡ଼ିଓ କଲ କରି ନିଜର ଲଙ୍ଗଳା ଦେହକୁ ଦେଖାଇ, ଦେଖୁଥିବା ବ୍ୟକ୍ତିଙ୍କ ମୁହଁ ସହ ସ୍କ୍ରିନ ସଟ ନେଇ କରୁଛନ୍ତି ବ୍ଲାକମେଲ ।
ସେ ସ୍କ୍ରିନ ସଟ ପଠାଇ କହୁଛନ୍ତି ପଇସା ଦେ ନହଲେ ସୋସିଆଲ ମିଡ଼ିଆ ରେ ଫଟୋ ଭାଇରଲ କରିଦେବି । କିଛି ବ୍ୟକ୍ତି ନିଜର ସମ୍ମାନ ବଞ୍ଚାଇବାକୁ ଅନ୍ଲାଇନ୍ ମାଧ୍ୟମରେ ଯୁବତୀଙ୍କୁ ଦାବି ମୁତାବକ ଟଙ୍କା ପଠାଇବାକୁ ବାଧ୍ୟ ହେଉଛନ୍ତି । ସେଥିପାଇଁ ଆପଣମାନେ ସାବଧାନ ରୁହନ୍ତୁ, ନହେଲେ ଆପଣମାନେ ମଧ୍ୟ ଫସି ଯାଇ ପାରନ୍ତି ।
Be First to Comment