ଝିଅ ମାନଙ୍କ ବିଷୟରେ କିମ୍ବା ସାକ୍ସ ବିଷୟରେ ଦିନକୁ ଅଧିକ ଥର ଭାବୁଛନ୍ତି କି?
ବ୍ୟସ୍ତ ବହୁଳ ଜୀବନ, ଧାଁ ଧପଡ଼, ମଦ୍ୟପାନ, ଅତ୍ୟାଧିକ ସେକ୍ସ ଚିନ୍ତା ଏବଂ ହସ୍ତ ମୈଥୁନ ଯୋଗୁଁ ଅନେକ ପ୍ରାପ୍ତ ବୟସ୍କ ଯୁବକ ନାନା ରକମର ଯୌନ ରୋଗରେ ପୀଡ଼ିତ ହୋଇଥାନ୍ତି । ଲୋକଲଜ୍ୟାରେ ସେମାନେ ନିଜର ସମସ୍ୟା ନେଇ କାହା ଆଗରେ ମୁହଁ ଖୋଲି ନଥାନ୍ତି । ଫଳରେ କଣ ହୁଏନା ବିପଦ ବଢ଼ି ବଢ଼ି ଯାଇଥାଏ । ଏବେ ଆସନ୍ତୁ ସେମିତି କିଛି ସମସ୍ୟା ଓ ତାହାର ସମାଧାନର ସୂତ୍ର ସମ୍ପର୍କରେ ଅଧିକ କିଛି ତଥ୍ୟ ।
ବାଲ୍ୟାବସ୍ଥା ହେଉ ଅବା କିଶୋର ଅବସ୍ଥା ଅବା ଯୁବା ସବୁ ସ୍ତରରେ ଶାରୀରିକ ଗଠନ ସହିତ ଆଚାର ବ୍ୟବହାରରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଘଟିଥାଏ । କୈଶୋର ଅବସ୍ଥାରେ ଏହି ବିକାଶ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବୀର୍ଯ୍ୟଧାତୁର ବୃଦ୍ଧି ହେବା ସହିତ ଅଗ୍ନିର ବଳ ବୃଦ୍ଧି ହୋଇଥାଏ । ଫଳରେ ଯେଉଁ ପ୍ରକାର ଖାଦ୍ୟଖାଇଲେ ମଧ୍ୟ ତାହା ସହଜରେ ହଜମ ହୋଇ ସେଥିରୁ ପର୍ଯ୍ୟାଯକ୍ରମେ ରସ – ରକ୍ତ ମାଂସ – ମେଦ – ଅସ୍ଥି – ମଜ୍ଜା ଓ ଶୁକ୍ର ଉତ୍ପନ୍ନ ହୋଇଥାଏ ।
ଆମେ ନିୟମିତ ଖାଉଥିବା ଆହାର ଏକମାସ ପରେ ଶୁକ୍ରରେ ପରିଣତ ହୋଇଥାଏ । ଏହିପରି କିଶୋରଗଣ ଯୌବନପ୍ରାପ୍ତ ହୋଇଥାନ୍ତି । ଏହି ସମୟରେ ଶରୀରର ଉଗ୍ରତା, ମାଂସପେଶୀ ବୃଦ୍ଧି ହୋଇ ସର୍ବାଙ୍ଗରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ । ପୁରୁଷର ଷୋଳବର୍ଷଠାରୁ ନାରୀ ସମ୍ଭାନ୍ଧୀୟ ବିଭିନ୍ନ ପରିକଳ୍ପନା ମନରେ ଜାଗ୍ରତ ହୋଇଥାଏ । ଏହି ସମୟରେ ପୁରୁଷ ନିଜକୁ ସଂଞ୍ଜମ ଆଚରଣ କରିବା ସର୍ବାଦୌ କର୍ତ୍ତବ୍ୟ । ଗଭୀର ଅଧ୍ୟୟନରେ ହେଉ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ହେଉ ନିଜକୁ ସଂପୂର୍ଣ୍ଣ ନିୟୋଜନ କରିବା ଉଚିତ୍ ।
ଏହି କିଶୋର ଅବସ୍ଥାରୁ ଯଦି କେହି ଦାୟିତ୍ଵମୁକ୍ତ ବା ଚିନ୍ତାମୁକ୍ତ ହୋଇ ମନରେ ସର୍ବଦା ନାରୀପ୍ରେମର ପରିକଳ୍ପନା କରି ଟିଭି, ଅଶ୍ଳୀଳ ଚଳଚ୍ଚିତ୍ର, ଉପନ୍ୟାସ ଓ ପ୍ରତିକାର ନଗ୍ନଚିତ୍ରର ଦର୍ଶନ, ପଠନ ଓ ଶ୍ରବଣ କାର୍ଯ୍ୟରେ ଲାଗିରହେ ତେବେ ତା’ର ଯୌବନର ଅପଚୟ ହୋଇ ସ୍ମୃତିଭ୍ରଂଶ ଓ ବୁଦ୍ଧିନାଶ ହୋଇଥାଏ । ଯଥା – ନିଦ୍ରାବସ୍ଥାରେ ସ୍ଵପ୍ନଦୋଷ ହୋଇଥାଏ ଏବଂ ହସ୍ତମୈଥୁନ ପ୍ରତି ଇଚ୍ଛା ପ୍ରକଟ କରେ । ଏହିସବୁ କୁଅଭ୍ୟାସ ଦ୍ଵାରା ଶରୀର ବୃଦ୍ଧିପ୍ରାପ୍ତ ହେବା ପରିବର୍ତ୍ତେ କ୍ଷୟପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ଶରୀର ଦୁର୍ବଳ, ନିସ୍ତେଜ ଓ କ୍ଷୀଣ ଦେଖାଯାଏ ।
ଖାଦ୍ୟ ପରିପାକରେ ବାଧା ସୃଷ୍ଟିହୋଇ, ନିଦ୍ରାହୀନତା, କୋଷ୍ଠବଦ୍ଧତା, ମସ୍ତିଷ୍କ ଦୁର୍ବଳତା ଦେଖାଦେଇ ଚକ୍ଷୁ କୋଟାରାଗତ ହୋଇ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଥାଏ । ଏହାଦ୍ଵାରା ପୁରୁଷର ବୈବାହିକ ଜୀବନ ହା ହତାସମୟ ହୋଇଉଠେ । ଶୁକ୍ର ତାରଲ୍ୟ ହୋଇ ଧ୍ଵଜଭଙ୍ଗ ରୋଗର ଶିକାର ହୁଏ । ଏହାଦ୍ଵାରା ରୋଗୀଠାରେ ଆହୁରି ଅନେକ ଲକ୍ଷଣ ପ୍ରକାଶ ପାଏ ।
ଏହିପରି ଯୌନରୋଗରେ ପୀଡିତ ହୋଇଥିବା ବ୍ୟକ୍ତିର ଲିଙ୍ଗମୂଳ ପତଳା ହୋଇଥାଏ । ଏଥିପାଇଁ ସମ୍ଭୋଗ ସମୟରେ ପୂର୍ଣ୍ଣ ଉତ୍ତେଜନା ଆସେନାହିଁ ଓ ଶୀଥିଲତା ପ୍ରକାଶ ପାଏ ।
ଲିଙ୍ଗ ଉପରେ ଥିବା ନାଡିଗୁଡିକ ସ୍ପଷ୍ଟ ରୂପେ ଦୃଶ୍ୟ ହୁଅନ୍ତି ଓ ସେଗୁଡିକ ନୀଳବର୍ଣ୍ଣ ଧାରଣ କରିଥାଏ ଏବଂ ଲିଙ୍ଗା କ୍ରମଶଃ ଦୁର୍ବଳ ହୋଇ ବାମ କିମ୍ବା ଦକ୍ଷିଣକୁ ବକ୍ର ହୋଇଯାଏ । ଲିଙ୍ଗେଦ୍ରିୟକୁ ରକ୍ତ ପ୍ରବାଦ କମ୍ ମାତ୍ରାରେ ହୁଏ । ଫଳରେ ଲିଙ୍ଗର ପୂର୍ଣ୍ଣ ଉତ୍ଥାନ ଣ ହୋଇ ଶୀଘ୍ରପତନ ଘଟିଥାଏ ।
ସୁକରା କୋଷରେ ଶୁକ୍ରଧାତୁର ଅଭାବ ହୋଇ ଶୀଘ୍ରପତନ ଘଟେ, ଫଳରେ ବେଶୀ ସହବାସ କରିବାକୁ ଇଚ୍ଛା ହୁଏ । ସ୍ତ୍ରୀ ଦର୍ଶନ ଓ ସ୍ପର୍ଶ ମାତ୍ରକେ ଶୁକ୍ରପତନ ହୁଏ ଓ ପରିସ୍ରାଦ୍ଵାରା ଧାତୁ କ୍ଷୟ ହୋଇ ପ୍ରମେହ ରୋଗ ଆକ୍ରମଣ କରେ । ଏହାଦ୍ଵାରା ଲିଙ୍ଗ ଆକୃତି କ୍ରମଶଃ କ୍ଷୁଦ୍ର ହୋଇ ମୋଟା କମିଆସେ ଓ ଲିଙ୍ଗା ଦୁର୍ବଳ ହୋଇଯାଏ ।
ପୁରୁଷ ଲିଙ୍ଗରେ ଓ ବାହ୍ୟ ନଳୀର ଶିହରଣ ବଢିଯାଏ । ଏହାଦ୍ଵାରା ପ୍ରଥମେ ସ୍ଵପ୍ନଦୋଷ ଆରମ୍ଭ ହୁଏ ଓ ପରେ ଧାତୁ କ୍ଷୀଣ ହୋଇ ପରିସ୍ରା ଓ ଝାଡାରେ ଧାତୁ କ୍ଷୟ ହୁଏ । ଏହାପରି ଶୁକ୍ର ତାରଲ୍ୟରୁ ଧ୍ଵଜଭଙ୍ଗ ଭଳି ଭୟାନକ ଯୌନରୋଗ ସୃଷ୍ଟି ହୋଇଥାଏ ଏବଂ ହୋଇ ପରିସ୍ରା ଓ ଝାଡାରେ ଧାତୁ କ୍ଷୟ ହୁଏ ।
ଏହିପରି ଶୁକ୍ର ତାରଲ୍ୟରୁ ଧ୍ଵଜଭଙ୍ଗଭଳି ଭୟାନକ ଯୌନରୋଗ ସୃଷ୍ଟି ହୋଇଥାଏ ଏବଂ ଜୀର୍ଣ୍ଣଶକ୍ତି କ୍ଷୀଣ ହୋଇ ପେଟରେ ଗ୍ୟାସ ସୃଷ୍ଟି ହୁଏ, ଅଣ୍ଡକୋଷ ଓହଳିପଡେ । ଏହାଦ୍ଵାରା ବୀର୍ଯ୍ୟ ଉତ୍ପାଦନ ବନ୍ଦ ହୋଇଥାଏ, ଫଳରେ ଧୀରେ ଧୀରେ ପୁରୁଷ ନପୁଂସକ ପାଲଟିଯାଏ । ଏହାକୁ ହିଁ ପୁରୁଷତ୍ଵହାନି ରୋଗ କୁହାଯାଏ ।
Be First to Comment