Press "Enter" to skip to content

ଆଉ ନାହାଁନ୍ତି ଏହି ଓଲିଉଡ କଳାକାର, ଅଚାନକ ହୋଇଗଲା ପରଲୋକ

ମୃତ୍ୟୁ କେତେବେଳ କାହାକୁ ଆଲିଙ୍ଗନ କରେ ତାର ଖବର କାହା ପାଖରେ ନଥାଏ l ମୃତ୍ୟୁ ଦୁନିଆରେ ଏକ ନିରାଟ ସତ ଅଟେ l ଜନ୍ମ ମୃତ୍ୟୁ ର ଫାସରେ ମଣିଷ ବାନ୍ଧି ହୋଇଥାଏ ଏବଂ ଭଗବାନ ଙ୍କ ଡାକରା ଆସିଗଲେ ଆମକୁ ଦେହ ତ୍ୟାଗ କରିବାକୁ ପଡେ l

ସଂସାରରେ ଯଦି ଈଶ୍ୱର ମଧ୍ୟ ମନୁଷ୍ୟ ରୂପରେ ଜନ୍ମ ଗ୍ରହଣ କରିଛନ୍ତି ସେ ମଧ୍ୟ ଏହି ସଂସାର ରୁ ଦେହ ତ୍ୟାଗ କରିଛନ୍ତି l 2020 ମସିହା ଅଲିଉଡ ଏବଂ ବଲିଉଡ ପାଇଁ ଏକ ଅଶୁଭ ବର୍ଷ ଥିଲା l ପୂର୍ବବର୍ଷ ଅନେକ ପ୍ରିୟ କଳାକାର ଅଭିନେତା ଅଭିନେତ୍ରୀ ଙ୍କୁ ଇଣ୍ଡଷ୍ଟ୍ରି ହରାଇଛି l

ଆଜି 2021 ରେ ପୁଣି ଏକ ଅଘଟଣ ଘଟି ଯାଇଛି ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳିଯାଇଛି l ଆଜି ଅଲିଉଡ ଅଭିନେତା ଦିପ୍ତୀରଞ୍ଜନ ମହାନ୍ତି ଙ୍କର ପରଲୋକ ଘଟିଛି l ମାତ୍ର 51 ବର୍ଷ ବୟସରେ ଆଜି ଦିପ୍ତୀରଞ୍ଜନ ଇହଲୀଳା ସମ୍ବରଣ କରିଛନ୍ତି l ଅଚାନକ ହୃଦଘାତ କାରଣରୁ ଦିପ୍ତୀରଞ୍ଜନ ଅଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୁରେଇ ଯାଇଛନ୍ତି l ଗତ କାଲି ରାତିରେ ଅଚାନକ ହୃଦଘାତ ଆସିଵା କାରଣରୁ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା l ଏବଂ ପରିବାର ବର୍ଗ ତାଙ୍କୁ ହସ୍ପିଟାଲ ରେ ଭର୍ତି କରିଥିଲେ ଏବଂ ସେହି ହସ୍ପିଟାଲ ରେ ତାଙ୍କର ମୃତ୍ୟୁ ଘଟିଛି l

ସେ କାବୁଲା ଭାଇ ନାଁ ରେ ଅନେକ ଟେଲି ସିରିଏଲ କରିଥିଲେ l ଏହାଦ୍ୱାରା ଦର୍ଶକ ଙ୍କ ହୃଦୟରେ ଜାଗା ତିଆରି କରିଥିଲେ l ଏହାପରେ ଦିପ୍ତୀରଞ୍ଜନ ମହାନ୍ତି ଅନେକ ଚଳଚ୍ଚିତ୍ର ରେ ମଧ୍ୟ ଭାଷାଦାନ କରିଛନ୍ତି l କଥା କହିଲେ ସରିବନି, ଦୁହିତା, ବିକ୍ରମ ବେତାଳ,ସାହାନାଇ ଆଦିରେ ସେ ଅଭିନୟ କରିଥିଲେ l କଟକ ସ୍ଥିତ ରହୁସାପାଟଣା ରେ ତାଙ୍କ ଘର ଏବଂ ପୁରୀ ଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପର୍ନ ହେବାକୁ ଯାଉଛି l ଅଚାନକ ତାଙ୍କର ଏପରି ଦେହାନ୍ତ ପାଇଁ ଅଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳିଯାଇଛି ଏବଂ ତାଙ୍କର ପାର୍ଥିବ ଶରୀରକୁ ଅନେକ କଳାକାର ତଥା ହୃଦୟବାନ ଲୋକ ଶେଷ ଦର୍ଶନ କରି ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରିଛନ୍ତି l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.