Press "Enter" to skip to content

Odia jokes ଶାଳୀ ଓ ଭିଣେଇ ଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia comedy

Odia jokes ଶାଳୀ ଓ ଭିଣେଇ ଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ନ୍ୟୁଜ୍ ପେପରରେ ଏକ ବିଜ୍ଞାପନ ବାହାରିଲା , ଆମର ପାଖରେଏକ ଏପରି ଜିନିଷ ଅଛି ଯାହାକୁ ପିନ୍ଧିକରି ଆପଣ ଦୁନିଆଁକୁ ଦେଖିପାରିବେ , ଆପଣଙ୍କୁ କେହି ଦେଖିପାରିବେ ନାହିଁ  କେବଳ ମାତ୍ର ୧୦ ହଜାର ଟଙ୍କା । ପପୁ ବିଜ୍ଞାପନ ପଢି ୧୦ ହଜାର ପଠାଇଦେଲା , କିଛି ଦିନ ପରେ ଏକ ପାର୍ସଲ୍ ଆସିଲା , ପପୁ ଖୋଲିକରି ଦେଖିଲା ତ ଏକ ବୁର୍ଖା ମିଳିଲା  । ପପୁ ଏବେ ବେହୋସ୍

୨) ଝିଅଟି ବାବାଜିଙ୍କ ପାଖକୁ ଗଲା ଝିଅ କହିଲା : ବାବା ମୋର ବିବାହ କେବେ ହେବ କୁହନ୍ତୁ ତ ! ବାବା କହିଲେ ତୋର ନାଁ ମୀନା ଅଟେ,  ଝିଅ କହିଲା : ହଁ ବାବା , ବାବା କହିଲେ : ତୁ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପଢୁଛୁ , ଝିଅ କହିଲା ହଁ ବାବା ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି , ବାବା କହିଲେ ତୁ +୨ ରେ କ୍ଲାସରେ ଅଛୁ ନା ? ଝିଅ କହିଲା ହଁ ବାବା ଆଗକୁ କୁହନ୍ତୁ । ବାବା କହିଲେ ଆଗକୁ କେଉଁଠୁ କହିବି ଆଗାମୀ କୁଣ୍ତଳୀ ନେଇକରି ଆସିବୁ ଏହା ସ୍କୁଲ୍ ର ରେଜଲ୍ଟ କାର୍ଡ ନୁହେଁ  ,

୩) ମୁନ୍ନା – ତୁମେ କେତେ ଭାଇ ଭଉଣୀ ଅଛ  ? ପପୁ : ହଁ ଆମେ ୪୫ ଜଣ ଭାଇ ଭଊଣୀ ଅଛୁ , ମୁନ୍ନା : କଣ ସତରେ ତୁମର ଘରର ଜନସଂଖ୍ୟା ନିୟନ୍ତ୍ରଣ ବାଲା  କେବେ ଆସିନାହାନ୍ତି କି ? ପପୁ : ହଁ ଆସି ତ ଥିଲେ , ମୁନ୍ନା : ତେବେ କଣ କହିଲେ ସେମାନେ। ପପୁ : ସେ ଆସି ତ ଥିଲେ କିନ୍ତୁ ଆମେ ସମସ୍ତେ ପଢୁଥିଲୁ ସେ ଭାବିଲେ କି କୋଚିଙ୍ଗ୍ କ୍ଲାସ୍ ବୋଲି , ସେଥିପାଇଁ ଚାଲିଗଲେ ।

୪) ଶିକ୍ଷକ : ତୁମ ବାପା କି କାମ କରନ୍ତି ? ପପୁ : ହଁ ସେ ସକାଳ ସଂନ୍ଧ୍ୟା ସବୁଦିନ ଗାଳି ଖାଆନ୍ତି , ଶିକ୍ଷକ : କଣ ମତଲବ ! ପପୁ ହଁ ଆଜ୍ଞା ସେ ଗ୍ରାହକ ସେବା ପ୍ରତିନିଧି ଅଛନ୍ତି  ।

୫) ସ୍ତ୍ରୀ ସ୍ୱାମୀଙ୍କୁ ଫୋନ୍ ଲଗାଇଲା , ସ୍ୱମୀ : କଣ ହେଲା ? ସ୍ତ୍ରୀ କେଉଁଠି ଅଛ ତୁମେ , ସ୍ୱାମୀ : ମୋର ଦୁର୍ଘଟଣା ହୋଇଯାଇଛି  ମୁଂ ମେଡିକାଳ୍ ଯାଉଛି , ମୋତେ ବହୁତ ଆଘାତ ଲାଗିଛି , ସ୍ତ୍ରୀ : ହଉ ଠିକ୍ ଅଛି , ମୁଁ ଖାଲି ଏହା କହିବାପାଇଁ ଫୋନ୍ କରିଥିଲି କି ଟିଫିନ୍ ର ଧ୍ୟାନ ରଖିବ , ଯଦି ତେଢା ହେଇଗଲା ତେବେ ଡାଲି ପଡିଯିବ ।

୬) ଡାକ୍ତର ଏହି ମଦ ଆପଣଙ୍କୁ ଧୀରେ ଧୀରେ ମୃତ୍ୟୁର ଆଡକୁ ନେଇଯାଉଛି , ରୋଗୀ : ତେବେ ଠିକ୍ ଅଛି ନା ସାର୍ , ଏଠାରେ ଜଲଦି ମରିବାକୁ କାହାର ଇଚ୍ଛା ଅଛି କି ??

୭) ଜଣେ ମହିଳା ଏକ ବୋର୍ଡ ଦେଖିଲେ : ବନାରସୀ ଶାଢୀ-୧୦ ଟଙ୍କା , ନାଇଲନ୍ ଶାଢି-୮ ଟଙ୍କା , କଟନ୍ -୫ ଟଙ୍କା , ମହିଳା ଜଣଙ୍କ ଖୁସି ହୋଇ ନିଜ ସ୍ୱାମୀଙ୍କୁ ମୋତେ ୫୦୦ ଟଙ୍କା ଦିଅ ମୁଁ ୪୦-୫୦ ଟି ଶାଢୀ କିଣିବି  । ସ୍ୱାମୀ : ଆର୍ ବୋକି ତାହା ଇସ୍ତ୍ରୀ କରୁଥିବା ଦୋକାନ ଅଟେ ।

୮) ଜଣେ ବହୁତ ରୋମାଣ୍ଟିକ୍ ବ୍ୟକ୍ତି ବହୁତ କଠିନ ତପସ୍ୟା କଲା , ଭଗବାନ ତାର ତପସ୍ୟାରେ ପ୍ରସନ୍ନ ହେଲେ  ଓ କହିଲେ , ଭଗବାନ : କିଛି ବରଦାନ ମାଗ ବତ୍ସ , ବ୍ୟକ୍ତି : ମୋତେ ସଂସାରର ସବୁଠାରୁ ଉଚ୍ଚ କୋଟିର ଡ୍ରିଙ୍କ୍ ଓ ସବୁଠାରୁ ଭଲ ଲେଡି ଦରକାର । ଭଗବାନ : ତଥାସ୍ତୁ ବତ୍ସ ସେହି ବ୍ୟକ୍ତିକୁ ଗଙ୍ଗାଜଳ ଓ ମଦର୍ ଟେରେସା ମିଳିଗଲା ।

୯) ଦିନେ ଘରେ ଲାଇନ୍ ଚାଲିଗଲା , ତେବେ ଭିଣେଇ ଶାଳୀକୁ ଅନ୍ଧାରରେ ଇସାରାରେ ଡକାଇଲା , ଶାଳୀ ବହୁତ ରୋମାଣ୍ଟିକ୍ ମୁଡ୍ ରେ ଆସିଗଲା , ଭିଣେଇ କହିଲେ କୁହ କଉଠୁ ଆରମ୍ଭ କରିବି ।ଶାଳୀ – ତମେ ଯୋଉଠୁ ଚାହିଁବ | ଭିଣେଇ – ଠିକ ଅଛି ତମେ ଦିଆସିଲି ଆଣ ମୁଁ ମହମବତୀ ଆଣୁଛି

୧୦) ୬ ବର୍ଷର ଚିଣ୍ଟୁ ନିଜ ମା ସହ ଫଟୋ ଉଠାଇବାକୁ ଏକ ଫଟୋ ଷ୍ଟୁଡିଓକୁ ଗଲା , ଫଟୋଗ୍ରାଫର୍ ଛୁଆକୁ ହସିବାକୁ କହିଲା , ପୁଅ ମୋର ଆଡକୁ ଚାହଁ , ଏହି କ୍ୟାମେରାରେ ଏବେ ପାରା ବାହାରିବ  ଚିଣ୍ଟୁ : ମୁର୍ଖଙ୍କ ପରି କଥା କହ ନି , ଫୋକସ୍ ଆଡଜଷ୍ଟ୍ କର୍ , ପୋଟ୍ରେଟ୍ ମୋଡ୍ କରିବ । ମାଇକ୍ରୋ ସହ ଆଇଏସ୍ ଓ ୨୦୦ ଭିତରେ ରଖିବ , ହାଇ ରେଜୋଲୁସନ୍ ଫଟୋ ଆସିବା ଦରକାର , ନହେଲେ ପଇସା ମିଳିବନି , କାମରେ ଧ୍ୟାନ ଦେ ମ ! କହିଲା କଣ ନା ପାରା ବାହାରିବ ।

ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ଧନ୍ୟବାଦ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *