Press "Enter" to skip to content

ରାସ୍ତାରୁ ହଟିବ ପୁରୁଣା ଗାଡ଼ି,ଦେଖିଲେ ଉଠେଇନେବ ପୋଲିସ, ଡିସିପି ସୌମ୍ୟା ମିଶ୍ର ନେଲେ କଡ଼ା ନିଷ୍ପତି

ରାସ୍ତାରୁ ହଟିବ ପୁରୁଣା ଗାଡ଼ି, ଡିସିପି ସୌମ୍ୟା ମିଶ୍ର ନେଲେ କଡ଼ା ନିଷ୍ପତି,ତଳେ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

ରାଜଧାନୀ ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ।

ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ  ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। ତେବେ ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ଏହି ଡ୍ରାଇଭ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର।

ଯଦି ନିଜ ଆଖପାଖ ଅଞ୍ଚଳରେ ଏମିତି ବେଆଇନ ପୁରୁଣା ଗାଡି ପାର୍କିଂ ଦେଖନ୍ତି, ତେବେ ରାଜଧାନୀବାସୀ ସୋସିଆଲ ମିଡିଆ କିମ୍ଭା ୧୦୦ ନମ୍ବରକୁ କଲ୍ କରି ମଧ୍ୟ ଅଭିଯୋଗ କରିପାରିବେ ବୋଲି ଟ୍ରାଫିକ ଡିସିପି କହିଛନ୍ତି। ଭୁବନେଶ୍ୱରର ରାସ୍ତା କଡରେ ପୁରୁଣା ଓ ଅବ୍ୟବହୃତ ଗାଡି ବର୍ଷ ବର୍ଷ ଧରି ପଡି ରହୁଛି। ଗାଡି ମାଲିକ ମାନେ ସେହି ଗାଡିକୁ ନେଉଛନ୍ତି ନା ନଷ୍ଟ କରୁଛନ୍ତି। ବିଶେଷ କରି ବରମୁଣ୍ଡା ବସ୍ ଷ୍ଟାଣ୍ଡ, ରସୁଲଗଡ ଶିଳ୍ପାଞ୍ଚଳରେ ଏମିତି  ବହୁତ ଗାଡି ପଡି ରହିଛି। ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.