ପୁଣି ଚର୍ଚ୍ଚା ରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା l ପଢନ୍ତୁ ପୁରା ଖବର
ଜାଗୃତି ଶୁକ୍ଳା ଙ୍କ ସହ ଅନୁଭବ ମହାନ୍ତି ଙ୍କ ସହ ଫୋଟୋ ସୋସିଆଲ ମିଡ଼ିଆ ରେ ବାଇରଲ ହେବାକୁ ଲାଗିଛି l ବାନ୍ଧବୀ ଆରତୀ ଶୁକ୍ଳା ଙ୍କ ବନ୍ଧୁ ଅଶ୍ୱିନୀ ଦୁବେ ଙ୍କ ସହ ସାକ୍ଷାତ କାର ଫୋଟୋ କୁ ନିଜ ଫଂସବୂକ ପେଜ ରେ ସେଆର କରିଛନ୍ତି ସେ l ଏହିପୋଷ୍ଟ ରେ ଅନୁଭବ ମହାନ୍ତି ଜାଗୃତି ଙ୍କୁ ଜନ୍ମଦିନ ର ଅଭିନନ୍ଦନ ଜଣାଇବା ସହ ତାଙ୍କୁ ପ୍ରକୃତ ବନ୍ଧୁ ଭାବେ ପରିଚୟ ଦେଇଛନ୍ତି l ଦୀର୍ଘ ଦିନରେ ସାଂସଦ ଅନୁଭବ ମହାନ୍ତି ବା ସୁପରଷ୍ଟାର ଅନୁଭବ ଙ୍କ ସହ ଜାଗୃତି ଙ୍କ ଫୋଟୋ ଭାଇରଲ ହେବାରେ ଲାଗିଛି l ତାଙ୍କ ସହ ଅଛନ୍ତି ଅଶ୍ୱିନୀ ଦୁବେ l ଫୋଟଟିକୁ ଅନୁଭବ ଫଂସବୂକ ରେ ଛାଡି ଅଶ୍ୱିନୀ ଦୁବେ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ l ବାନ୍ଧବୀ ଜାଗୃତି ଙ୍କୁ ଵିପଦ ସମୟ ର ବନ୍ଧୁ ରୂପେ ପରିଚୟ ଦେଇ ବହୁତ ପ୍ରଶଂସା କରିଛନ୍ତି ଅନୁଭବ l
ଭଇରାଲ ହେଉଥିବା ଫୋଟ ଟି ଅଶ୍ୱିନୀ ଦୁବେ ଙ୍କର କାର୍ଯ୍ୟାଳୟ ରେ ଉଠା ଯାଇଥିବାର ମନେ ହେଉଛି l ଯେ ଦିଲ୍ଲୀ କୋର୍ଟ ରେ ବର୍ଷା ଙ୍କ ସହ ବିବାହ ବିଛେଦ ପାଇଁ ଅନୁଭଵ କରିଥିବା ମାମଲା ର ପରିଚାଳନା କରୁଛନ୍ତି l ତେବେ ଫୋଟୋ ରେ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ଆରସାଇଡ ରେ ଅଶ୍ୱିନୀ ଠିଆ ହେଇଛନ୍ତି ଏବଂ ଅନ୍ୟପାଖରେ ଅନୁଭବ ଜାଗୃତି ପାଖା ପାଖି ଠିଆ ହେଇଛନ୍ତି l ଏହି ଫୋଟୋ ଟି ସେଇ ସମୟ ରେ ସାମ୍ନା କୁ ଆସିଛି ଯେଉଁ ସମୟରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାହ ବିଛେଦ କଥା ସାମ୍ନାକୁ ଆସିଛି l ଅନୁଭବ ଦିଲ୍ଲୀ ସାକେତ କୋର୍ଟ ରେ ବିବାହ ବିଛେଦ ପାଇଁ ଆବେଦନ କରିଥିବା ବେଳେ ବର୍ଷା କଟକ ହାଇକୋର୍ଟ ରେ ବିବାହ ବିଛେଦ ଓ ଭରଣପୋଷଣ ପାଇଁ ଆବେଦନ କରିଥିଲେ l ଯେଉଁଥିରେ କି ଅନୁଭବ ଙ୍କ ବିରୋଧ ରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ l ଏହି ଷ୍ଟାର କପଲ ଙ୍କ ଯୋଡି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି l ଦୁହେଁ ଦୁହିଁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିବାକୁ ପଛଉ ନାହାନ୍ତି l ସୋସିଆଲ ମେଡ଼ିଆ ରେ ପରସ୍ପର କୁ ଆକ୍ଷେପ କରି ଫୋଟ ଭିଡ଼ିଓ ମଧ୍ୟ ପୋଷ୍ଟ କରୁଛନ୍ତି l ଏହି ବିବାଦ ଭିତରେ କିନ୍ତୁ ବର୍ଷା ଅନୁଭବ ଙ୍କ ସହ ରହିବାକୁ ଚାଁହୁଚନ୍ତି l ତାଙ୍କ ଘର ଛାଡିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି ବର୍ଷା l କିନ୍ତୁ ଅନ୍ୟପଟେ ଅନୁଭବ ଚାଁହୁଚନ୍ତି ବର୍ଷା ତାଙ୍କ ଘର ଛାଡି ଚାଲି ଯାଆନ୍ତୁ l ଏବଂ ଅନୁଭବ ଏହି ବିବାହ ବନ୍ଧନ ରୁ ମୁକ୍ତ ହେବାକୁ ଚାଁହୁଚନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment