ଆଉ ବୁଢ଼ା ହେବ ନାହିଁ ମଣିଷ, ବୈଜ୍ଞାନିକ ମାନେ ବାହାରକଲେ ଏଭଳି ଔଷଧ!

ବୟସ ବୃଦ୍ଧି ଭଳି ଏକ ସ୍ୱାଭାବିକ ପ୍ରକ୍ରିୟାକୁ ବୈଜ୍ଞାନିକମାନେ ରୋକି ଦେବେ । ହୁଏତ ଏମିତି ଦିନ ଆସିବ ମୃତ୍ୟୁକୁ ରୋକିବାରେ ବି ବୈଜ୍ଞାନିକମାନେ ସଫଳ ହୋଇପାରନ୍ତି । ସେ ଯାହାହେଉ ମୃତ୍ୟୁକୁ ରୋକନ୍ତୁ ବା ନ ରୋକନ୍ତୁ ତେବେ ମଣିଷର ବୟସ ବୃଦ୍ଧିକୁ ରୋକିବା ବୈଜ୍ଞାନିକମାନଙ୍କର ଏକ ବଡ଼ ସଫଳତା ହେବା କହିବା ଅତ୍ୟୁକ୍ତି ହେବ ନାହିଁ ।
ନିକଟରେ ବୟସ ବୃଦ୍ଧିକୁ ରୋକିବା ପାଇଁ ତେଲ୍ ଆଭିଭ୍ ୟୁନିଭରସିଟି ଓ ସମିର ମେଡିକାଲ ସେଣ୍ଟରର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ । ଯେଉଁଥିରେ ସେମାନେ ସଫଳତା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ବୈଜ୍ଞାନିକମାନଙ୍କର ଏହି ପ୍ରୋଜେକ୍ଟ ରିପୋର୍ଟ ନଭେମ୍ବର ୧୮ ତାରିଖରେ ‘ଏଜିଂ ମାଗାଜିନ୍ରେ ପ୍ରକାଶ ପାଇଛି । ବୈଜ୍ଞାନିକମାନେ ସେଲ୍(କୋଷ) କୁ ଉଚ୍ଚ ଚାପର(ହାଇପ୍ରେସର ଅକ୍ସିଜେନ୍ ଚାମ୍ବର) ଅମ୍ଳଜାନ ଚାମ୍ବର ଦେଇ ପ୍ରବାହିତ କରିଥିଲେ ।

ଏଥିରୁ ଦେଖିବାକୁ ପାଇଥିଲେ ଯେ ଟେଲୋମରସ୍ ( କ୍ରୋମଜମ୍ରେ ଥିବା କ୍ୟାପ୍ ଭଳି ଷ୍ଟ୍ରକ୍ଚର) ଗଠନରେ ହ୍ରାସ ଦେଖାଯାଇଥିଲା । ଏଥିସହିତ ଶରୀରରେ ପୂରଣା ଅଦରକାରୀ ସେଲ୍ (କୋଷ) କୁ ସଂଚୟ କରିଥିଲା । ତେଲ୍ ଆଭିଭ୍ ୟୁନିଭରସିଟିର ପ୍ରଫେସର ସାଇ ଇଫ୍ରାତି ଏହି ହାଇପରବିକ୍ ଅକ୍ସିଜେନ୍ ଟ୍ରିଟ୍ମେଣ୍ଟ(HBTO) ମାଧ୍ୟମରେ ପୂରୁଣା (ବୟସ୍କ) ସେଲ୍କୁ ସ୍ୱାସ୍ଥ୍ୟବାନ୍ (ୟଙ୍ଗ୍) କରିବାରେ ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ଏହି ଗବେଷଣା ୬୪ ବର୍ଷ ବୟସ୍କ ୩୫ ଜଣ ବ୍ୟକ୍ତି ଙ୍କ ଉପରେ କରାଯାଇଥିଲା ।

ଏହି ବ୍ୟକ୍ତିମାନଙ୍କୁ ଦିନକୁ ୯୦ ମିନିଟ୍ସ ଯାଏ , ସପ୍ତାହକୁ ୫ ଥର ଲେଖାଏଁ ୩ ମାସ ଯାଏ HBTO ଟ୍ରିଟ୍ମେଣ୍ଟ ଦିଆଯାଇଥିଲା । ୩ ମାସ ପରେ ଏହି ବ୍ୟକ୍ତିମାନଙ୍କ ଶରୀରର ସେଲୁଲାର ଏଜ୍ (କୋଷର ବୟସ) ୨୫ ବର୍ଷ ପୂର୍ବ ଭଳି ଦେଖାଯାଇଥିଲା । କେବଳ ସେତିକି ନୁହେଁ ଇମ୍ୟୁନି ସେଲ୍ ରେ ଥିବା ଡିଏନ୍ଏ ର ବୟସ ମଧ୍ୟ ବୃଦ୍ଧି ପାଇବା ସଂଗେ ସଂଗେ ଟେ ଲୋମରସ୍ ବୟସ ୩୮ ପ୍ରତିଶତ ହ୍ରାସ ପାଇଥିଲା । ଯାହାକି ମନୁଷ୍ୟର ବୟସ ବୃଦ୍ଧିରେ ସହାୟକ ହୋଇଥାଏ ।
ବୈଜ୍ଞାନିକମାନେ ବୟସ ବୃଦ୍ଧି ପାଇଁ ଦାୟୀ ଏହି ଟେଲୋମରସ ର ବୟସକୁ ହ୍ରାସ କରିବା ଦ୍ୱାରା ବୟସ ବୃଦ୍ଧିକୁ ରୋକି ପାରିବେ । ଯାହା ଫଳରେ ମଣିଷକୁ ସଦା କୁମାର ରଖାଯାଇପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଯଦି ଏହା ସଫଳ ହୁଏ ମାନବ ସମାଜ ପାଇଁ ଏହା ଏକ ବଡ଼ ବରଦାନ ହେବ । ଫଳରେ ମଣିଷ ଆଉ ବୁଢ଼ା ହେବନି ।
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment