Press "Enter" to skip to content

ମଦ ପିଇବା ପରେ ଆମ ଶରୀରରେ କଣ ହୋଇଥାଏ? ନିଶା କିପରି ହୁଏ? ଜାଣିଲେ ଆଶ୍ଚର୍ଯ୍ୟ ହେବେ -odianews

ମଦ ପିଇବା ପରେ ଆମ ଶରୀରରେ କଣ ହୋଇଥାଏ।

ଆଜିକାଲି ଆମ ସୋସାଇଟିରେ ମଦ ପିଉଥିବା ଲୋକଙ୍କର ସଂଖ୍ୟା ବଢି ଚାଲିଛି।ଏକଥା ସମସ୍ତେ ଜାଣିଛନ୍ତିଯେ ମଦ ପିଇଲେ ଆମ ଶରୀରର ଖରାପ ହେବ କିନ୍ତୁ ସମସ୍ତେ ଏକଥା ଜାଣି ମଧ୍ୟ ମଦ ପିଉଛନ୍ତି।ବିଶେଷ କରି ଆମ ଓଡିଶାରେ ମଦ ପିଉଥିବା ଲୋକଙ୍କ ସଂଖ୍ୟା ବଢି ଚାଲିଛି।ଆଜି ଆମେ ଏଠାରେ ଜାଣିବା ମଦ ପିଇବା ପରେ ଆମ ଶରୀରରେ କଣ ହୋଇଥାଏ।ଆଉ ଏହାକୁ ଜାଣି ସାରିବା ପରେ ଆପଣ ମଦ ଛୁଇଁବା ପୂର୍ବରୁ ୧୦୦ ଥର ଭାବିବେ।ମଦ ପିଇବା ଦ୍ୱାରା ଆମ ସନ୍ନମାନ ସୋଆଇଟିରେ କମ ହୋଇଯାଏ ଓ ସମସ୍ତେ ଆମକୁ ନୀଚ୍ଚ ଦୃଷ୍ଟିରେ ଦେଖି ଥାଆନ୍ତି।ଆଉ ଥରେ ଏହା ଅଭ୍ୟାସରେ ପଡିଗଲେ ଏହାକୁ ଛାଡିବା ଏତେ ସହଜ ହୋଇ ନଥାଏ।ମଦ ଆମ ଶରୀରର ପାଇଁ ଏତେ କ୍ଷତିକାରକ ଯେ ଏହା ଆମ ଶରୀରକୁ ଭିତରୁ ନଷ୍ଟ କରିବାକୁ ଲାଗେ।

ମଦ ପିଇବା ପରେ ଏହା ପ୍ରଥମେ ଆମ ପେଟକୁ ଯାଏ ତାପରେ ଶରୀରର ଅନେକ ଭାଗକୁ ମାଡି ଯାଏ।ଏହା ପରେ ମଦରେ ଥିବା ଆଲକୋହଲ ଆମ ଶରୀରରେ ଏକ ପ୍ରକାରର ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ,ଆପଣ ମାନେ ଦେଖିଥିବେ ମଦ ପିଇବାର କିଛି ସମୟ ପରେ ଆମ ଶରୀରରୁ ଝାଳ ବାହାରି ଥାଏ।ମଦ ପିଇସାରିବାର ପ୍ରାୟ ତିରିଶ ମିନିଟ ପରେ ଏହା ଆମ ଶରୀରର ପ୍ରତ୍ୟକ ଭାଗରେ ପହଁଞ୍ଚି ଯାଇଥାଏ।ଆଉ ଏହା ଆମ ରକ୍ତରେ ମିଶି ଆମ ଶରୀରର ବିଭିନ୍ନ ହରମୋନର କ୍ଷରଣକୁ ପ୍ରଭାବିତ କରିଥାଏ।ମଦ ପିଇବାର ପ୍ରଥମ କୋଡ଼ିଏ ମିନିଟ ପରେ ଆପଣଙ୍କୁ ଏତେ ନିସା ହୋଇ ନଥାଏ,କିନ୍ତୁ ତାପରେ ଆପଣଙ୍କୁ ପ୍ରବଳ ଜୋରରେ ନିଶା ହୋଇଥାଏ।

ମଦ ପିଇବାର ଠିକ ଚାଳିଶ ମିନିଟ ପରେ ଏହା ଆମ ଲିଭରକୁ ଆଟାକ କରେ।ଆଲକୋହଲ କାରଣରୁ ଆମ ଲିଭର ଶୁଖିବାକୁ ଲାଗେ।ଆଉ ଏହି କାରଣ ପାଇଁ ମଦ ପିଇବାର କିଛି ସମୟ ପରେ ଆମକୁ ପ୍ରବଳ ଶୋଷ କରିଥାଏ।ଆଉ ଯଦି ଏହି ସମୟରେ ମଣିଷ ପାଣି ନପିଏ ତାହେଲେ ସେ ଆହୁରି ଦୁର୍ବଳ ହୋଇଯାଏ।ଆଉ ଏହା ଆମ ଲିଭର ଉପରେ ବହୁତ ଖରାପ ପ୍ରଭାବ ପକେଇ ଥାଏ।ଆଉ ମଦ ପିଇବାର ଠିକ ଗୋଟେ ଘଣ୍ଟା ପରେ ବା ଷାଠିଏ ମିନିଟ ପରେ ଆଲକୋହଲ ଆମ କିଡ୍ନୀକୁ ଆଟାକ କରିଥାଏ।ଯଦି ଆପଣ ନିୟମିତ ଭାବରେ ମଦ ପିଇବେ ତାହେଲେ ଆପଣଙ୍କ କିଡ୍ନୀ ବହୁତ ଶିଘ୍ର ଖରାପ ହେବର ସମ୍ଭାବନା ଅଛି।ତାହେଲେ ଚାଲନ୍ତୁ ଜାଣିବା ମଦ ବା ଆଲକୋହଲ ପିଇଲେ ଆମ ଶରୀରର କଣ କ୍ଷତି ହୋଇଥାଏ ?

ଆଲକୋହଲ ଆମ ଶରୀରର ସର୍ଵ ପ୍ରଥମେ ଲିଭରକୁ ଆଟାକ କରେ।ଆଉ ଲିଭର ହିଁ ଏହା କାରଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ।ଆଲକୋହଲ ଆମ ଶରୀରର ରକ୍ତଚାପକୁ ବଢ଼େଇ ଥାଏ,ତା ସହିତ ଏହା ଆମ ଇନ୍ସୁଲିନ କ୍ଷରଣରେ ମଧ୍ୟ ପ୍ରଭାବ ପକେଇ ଥାଏ।ଯାହାଫଳରେ ଆମକୁ ଅତି ସହଜରେ ଡାଇବେଟିସ ବା ମଧୁମେହ ଭଳି ରୋଗ ହୋଇଥାଏ।

ଆଳକୋହଲ ପାଇଁ ଆମ ଶରୀରରେ ଚର୍ମରୋଗ ସୃଷ୍ଟି ହୋଇଥାଏ ଏବଂ ଶରୀରରେ ଟକ୍ସିନର ମାତ୍ରା ବଢିଯିବା ଯୋଗୁଁ ଚର୍ମରେ କୁଣ୍ଡିଆ,ମୁହଁରେ ବ୍ରଣ ହେବା ଭଲି ସମସ୍ୟା ଦେଖା ଦେଇଥାଏ।ଆଲକୋହଲ ଆମ ମସ୍ତିସ୍କ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକେଇ ଥାଏ।ଏହା ଯୋଗୁଁ ଆମର ମନରଖିବା ଶକ୍ତି ଦିନକୁ ଦିନ କମିବାରେ ଲାଗେ।ଏହା ସହିତ ଆମ ଶରୀରର ବୃଦ୍ଧି ଓ ବିକାଶ ମଧ୍ୟ କମ ହୋଇଯାଏ।ଆଉ ଏକ ପରୀକ୍ଷାରୁ ଜଣାପଡିଛି ଯେ ମଦ ପିଇବା ଦ୍ୱାରା ଆମ ଶରୀରରେ ଷାଠିଏ ପ୍ରକାରର ରୋଗ ହୋଇପାରେ ସେଥିପାଇଁ କେବେ ମଦ ପିଅନ୍ତୁ ନାହିଁ,ଆଉ ନିଜର ସାଙ୍ଗ ସାଥି ମାନଙ୍କୁ ଏଥିରୁ ନିବୃତ୍ତ ରଖନ୍ତୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *